Categories: ଜାତୀୟ

ପାଓ୍ବାରଙ୍କ ଘରେ ଭାଜପା ସାଂସଦ

ମୁମ୍ବାଇ,୨୪।୧୧: ରବିବାର ସକାଳୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଘରେ ପହଞ୍ଚିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସଞ୍ଜୟ କାକଡେ। ସେ କ’ଣ ପାଇଁ ପାଓ୍ବାରଙ୍କ ଘରେ ପହଞ୍ଚିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଆଲୋଚନା ହେଉଛି କି ସେ ପାଓ୍ବାରଙ୍କୁ ମନାଇବାକୁ ଯାଇଛନ୍ତି। କାରଣ ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କ ସହଯୋଗରେ ଏବେ ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନବିସ ଦ୍ୱିତୀୟ ଥରଲାଗି ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ହେଲେ ଏହାକୁ ସମର୍ଥନ କରୁ ନାହାଁନ୍ତି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର। ରବିବାର ସୁଦ୍ଧା ଏନ୍‌ସିପିର ୪୯ ବିଧାୟକ ପୁଣି ଦଳକୁ ଫେରିଥିବା ଜଣାପଡିଛି। ଆଉ ଏହାକୁ ଦେଖି ଏବେ ଭାଜପା ମଧ୍ୟରେ ଛନକା ପସିଲାଣି। ଏବେ ସେ ଯଦି ଏନ୍‌ସିପିକୁ ମନାଇ ନ ପାରେ ତେବେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ସେ ହୁଏତ ଅସମର୍ଥ ହୋଇପାରେ। ଆଉ ଚାହୁଁ ଚାହୁଁ ନିମିଷକରେ ଭାଙ୍ଗିଯାଇପାରେ ଭାଜପାର ସ୍ବପ୍ନ। ଅନ୍ୟପଟେ ଏବେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏବେ ସମସ୍ତଙ୍କ ନଜର କୋର୍ଟଙ୍କ ରାୟ ଉପରେ।

Share