ପାଓ୍ବାର୍‌ଟିଲର୍‌ ଦୁର୍ଘଟଣାରେ ଚାଷୀ ଗୁରୁତର

ଆନନ୍ଦପୁର/ହାଟଡିହୀ,୨୦।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): ଆନନ୍ଦପୁର ଥାନା ଅନ୍ତର୍ଗତ ଶିବନାରାୟଣପୁରଠାରେ ପାଓ୍ବାର୍‌ଟିଲର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବିଜୟ ଘଡ଼େଇ ନାମକ ଜଣେ ଚାଷୀ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ବିଜୟଙ୍କୁ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବିଜୟ ଏକ ପାଓ୍ବାର୍‌ଟିଲର୍‌ ସାହାଯ୍ୟରେ ବିଲରେ ହଳ ବୁଲାଉଥିଲେ। ଗୋଟିଏ ବିଲରେ ହଳ ସାରି ଅନ୍ୟ ଏକ ବିଲକୁ ହଳ କରିବାକୁ ଯାଉଥିବା ସମୟରେ ତାଙ୍କ ବାମ ଗୋଡଟି ପାଓ୍ବାର୍‌ଟିଲର୍‌ ଚକରେ ଲାଗିଯାଇଥିଲା। ଫଳରେ ସେ ଗୁରୁତର ହୋଇଥିଲେ।