ପାଓ୍ବାର ଚ୍ୟାନେଲ୍‌କୁ ଜଳ ଯୋଗାଣ ବନ୍ଦ: ବିଦ୍ୟୁତ୍‌ ଉତ୍ପାଦନ ଠପ୍‌, ଅନ୍ଧାରରେ ଅଞ୍ଚଳବାସୀ

କୋରାପୁଟ,୨୦।୧୧(ଡି.ଏନ୍‌.ଏ.): ଦାବି ପୂରଣ ନ ହେବାରୁ କୋରାପୁଟ ଜିଲା ଆଦିବାସୀ ସଂଘ ପକ୍ଷରୁ ବୁଧବାର ମାଛକୁଣ୍ଡ ବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଲମତାପୁଟ ଗେଟ୍‌ ସହ ମାଛକୁଣ୍ଡସ୍ଥିତ ଡି-ଡିଏମ୍‌ ପାଓ୍ବାର ଗେଟ୍‌ ସଟର ପକାଇ ସଂଘ ବନ୍ଦ କରିଛି। ଏ ନେଇ ପାଓ୍ବାର ଚ୍ୟାନେଲ୍‌କୁ ଜଳ ଯୋଗାଣ ବନ୍ଦ ଫଳରେ ପ୍ରକଳ୍ପ ଅଚଳ ହୋଇଯାଇଛି। ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ୬ ଟିରୁ ୪ ଟି ଟର୍ବାଇନ୍‌ ଅଚଳ ହୋଇଥିବା ସୂଚନା ମିଳିଛି। ଏ ନେଇ ବିଦ୍ୟୁତ୍‌ ଉତ୍ପାଦନ ଠପ୍‌ ହୋଇ ଅଞ୍ଚଳ ଅନ୍ଧାର ହୋଇଛି। ଅନକାଡେଲି ସ୍ବାସ୍ଥ୍ୟକେନ୍ଦ୍ରର ଘରୋଇକରଣକୁ ନେଇ ସଂଘ ବିରୋଧ କରିଥିଲା। ଏହାକୁ ପ୍ରତିବାଦ କରି ୮ ଦଫା ଦାବି ନେଇ ଆନ୍ଦୋଳନ କରିଥିଲା। ତେବେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ବିଫଳ ହେବାରୁ ଗେଟ୍‌ ବନ୍ଦ କରିଥିବା ସଂଘ ପକ୍ଷରୁ ସୂଚନା ମିଳିଛି।

Share