ପାକିସ୍ତାନକୁ ଆମେରିକାର ତାଗିଦ: ହାଫିଜ, ଆଝାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ନ୍ୟୁୟର୍କ,୨୮।୯(ପି.ଟି.): ଭାରତ ସହ ଲାଗି ରହିଥିବା ଉତ୍ତେଜନା ହ୍ରାସ କରିବାକୁ ହେଲେ ହାଫିଜ ସୟିଦ, ମାସୁଦ ଆଝାରଙ୍କ ଭଳି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆମେରିକା ପାକିସ୍ତାନକୁ କହିଛି। ଦୁଇଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ଇସ୍‌ଲାମାବାଦର ସୀମାପାର ଅନୁପ୍ରବେଶ ନିରୋଧୀ କାର୍ଯ୍ୟାନୁଷ୍ଠାନ ଉପରେ ନିର୍ଭର କରୁଛି ବୋଲି ଆମେରିକା ପରରାଷ୍ଟ୍ର ବିଭାଗ ସହକାରୀ ସଚିବ ଆଲିସ୍‌ ଓ୍ବେଲ୍ସ କହିଛନ୍ତି। ଉଭୟ ପକ୍ଷ ଚାହିଁଲେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରସ୍ତାବ ଦେଇଥିଲେ। ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟସ୍ଥତା ଚାହୁଁ ନ ଥିବା ସ୍ପଷ୍ଟ କରିଦେଇଛନ୍ତି। ତେଣୁ ଆଲୋଚନା ମାଧ୍ୟମରେ ସ୍ଥିତିରେ ସୁଧାର ଆଣିବାକୁ ହେଲେ ଇସ୍‌ଲାମାବାଦକୁ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ବୋଲି ଓ୍ବେଲ୍ସ କହିଛନ୍ତି।
ମୁସଲମାନ ସମ୍ପ୍ରଦାୟ ବିପଜ୍ଜନକ ସ୍ଥିତିରେ ଥିବାବେଳେ ସେଥିପାଇଁ ଚିନ୍ତା ନ କରି କେବଳ କଶ୍ମୀରୀ ମୁସଲମାନଙ୍କ ମାନବାଧିକାର ଉଲ୍ଲଂଘନକୁ ନେଇ ବିବ୍ରତ କାହିଁକି। ଜିନ୍‌ଜିଆଙ୍ଗ ପ୍ରଦେଶରେ ୧୦ ଲକ୍ଷ ଉଇଘୁର ଓ ଅନ୍ୟ ତୁର୍କୀ ଭାଷାଭାଷୀ ମୁସଲମାନଙ୍କୁ ଅଟକ ରଖିଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସେମାନଙ୍କ ସମ୍ପର୍କରେ କିଛି ନ କହିବା ଘଟଣାକୁ ଓ୍ବେଲ୍ସ ନିନ୍ଦା କରିଛନ୍ତିି।

Share