Categories: ଜାତୀୟ

ପାକିସ୍ତାନକୁ ଆର୍‌ଏସ୍‌ଏସ୍‌ର ଚେତାବନୀ: ଦାଦାଗିରି କଲେ ପିଓକେ ବି ଛଡ଼ାଇ ଅଣାଯିବ

ନୂଆଦିଲ୍ଲୀ,୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ପାକିସ୍ତାନରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆର୍‌ଏସ୍‌ଏସ୍‌ ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି। ଆର୍‌ଏସ୍‌ଏସ୍‌ ସଦସ୍ୟ ଇନ୍ଦ୍ରେଶ୍‌ କୁମାର କହିଛନ୍ତି ଯେ, ଭାରତ ସରକାରଙ୍କ ଅନୁଚ୍ଛେଦ ୩୭୦ର ଉଚ୍ଛେଦ ନିଷ୍ପତିକୁ ଜାତିସଂଘ ମଧ୍ୟ ସମର୍ଥନ କରିବ । ଏହି ପ୍ରସଙ୍ଗରେ ପାକିସ୍ତାନ ନିଜର ଦାଦାଗିରି ଛାଡ଼ିଦେଉ। ନଚେତ୍‌ ସମୟ ପଡ଼ିଲେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ମଧ୍ୟ ଛଡ଼ାଇ ଅଣାଯିବ ବୋଲି ଚେତାବନୀ ଦେଇଛନ୍ତି। ଇନ୍ଦ୍ରେଶ୍‌ଙ୍କ ମନ୍ତବ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share