Categories: ଜାତୀୟ

ପାକିସ୍ତାନକୁ ଉଜାଗର ରଖିବାକୁ ବାଧ୍ୟ କରିଛି ଚନ୍ଦ୍ରୟାନ-୨

ନୂଆଦିଲ୍ଲୀ,୭।୯: ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଶୁକ୍ରବାର ରାତି ୨ଟା ୧୫ ମିନିଟ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ପାଦ ଥାପିବାର ଥିଲା। ହେଲେ ଏହି ମିଶନରେ ସଫଳ ହେଲାନି ଭାରତ। ଏହାକୁ ନେଇ ପାକିସ୍ତାନ ମନ୍ତ୍ରୀ ଫୟାଦ ଚୌଧୁରୀ ଭାରତର ଯେଭଳି ଅପମାନ କଲେ ତାକୁ ନେଇ ଏବେ ସେ ଚର୍ଚ୍ଚାରେ ରହିଛନ୍ତି। ଆଉ ସୋସିଆଲ ମିଡିଆରେ ଗାଳି ଶୁଣିବା ପରେ ଏବେ ଫୟାଦ୍‌ କହୁଛନ୍ତି, ଭାରତୀୟମାନେ ଏମିତି ଭାବେ ମୋତେ ଗାଳି କରୁଛନ୍ତି ସତେ ଯେମିତି ମୁଁ ସେମାନଙ୍କ ମିଶନକୁ ଫେଲ୍‌ କରି ଦେଇଛି। ହେଲେ ସୋସିଆଲ ମିଡିଆର ଜଣେ ୟୁଜର ଲେଖିଛନ୍ତି, ପାକିସ୍ତାନ କେବଳ ମଟନ୍‌ ଓ ଟମାଟୋ କଥା ଚିନ୍ତା କରୁଥିବା ବେଳେ ବାସ୍ତବିକ୍‌ ଭାରତର ଚନ୍ଦ୍ରୟାନ-୨ ମିଶନ ପାକିସ୍ତାନକୁ ଉଜାଗର ରଖିବାକୁ ବାଧ୍ୟ କରିଛି। କେବଳ ଭାରତ କାହିଁକି ପାକିସ୍ତାନର ଜନତା ମଧ୍ୟ ତାଙ୍କ ମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେମାନେ କହିଛନ୍ତି ଶତ୍ରୁତା ଅପେକ୍ଷା ବିକଶିତ ରାଷ୍ଟ୍ରରୁ କିଛି ଜ୍ଞାନ ଆହରଣ କରିବା ଦରକାର।

Share