ପ୍ୟାରିସ,୧୮।୧୦: କଳା ତାଲିକା ଭୁକ୍ତ ହେବାକୁ ଯାଉଥିବା ପାକିସ୍ତାନକୁ ଆଶ୍ୱସ୍ତି ମିଳିଛି। ପ୍ୟାରିସ(ଫ୍ରାନ୍ସ)ର ଫାଇନାନସିଆଲ୍ ଆକ୍ସନ ଟାକ୍ସ ଫୋର୍ସ(ଏଫ୍ଏଟିଏଫ୍) ଏଥିପାଇଁ ପାକିସ୍ତାନକୁ ଚେତାବନୀ ଦେବା ସହ ସମୟ ଦେଇଛି। ୨୦୨୦ ଫେବୃୟାରୀ ପର୍ଯ୍ୟନ୍ତ ପାକିସ୍ତାନ ଗ୍ରେ ଲିଷ୍ଟରେ ରହିବ ବୋଲି କହିଛି ଏଫ୍ଏଟିଏଫ୍। ଏହାସହ ଆତଙ୍କବାଦ ବିରୋଧରେ ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ନ ନେଲେ ପାକିସ୍ତାନ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ସର୍ବ ସମ୍ମତି କ୍ରମେ ପାକିସ୍ତାନକୁ ଏବେ ଗ୍ରେ ଲିଷ୍ଟରେ ରଖାଯିବ ବୋଲି ଏଫ୍ଏଟିଏଫ୍ କହିଛି।