Categories: ଜାତୀୟ

ପାକିସ୍ତାନକୁ ଚେତାବନୀ: ପୁଲଓ୍ବାମା ଭଳି ଘଟଣା ଘଟାଇବା ପୂର୍ବରୁ ବାଲାକୋଟ ଷ୍ଟ୍ରାଇକ୍‌ ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ

ନୂଆଦିଲ୍ଲୀ,୮।୧୦: ଦେଶରେ ଦଶହରା ଆଡମ୍ବରରେ ପାଳିତ ହେଉଥିବାବେଳେ ମଙ୍ଗଳବାର ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ମଧ୍ୟ ପାଳିତ ହେଉଛି। ଏହି ଅବସରରେ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ରାକେଶ କୁମାର ସିଂ ଭଦୌରିୟା ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ପୁଲଓ୍ବାମା ଭଳି ଘଟଣା ଘଟାଇବା ପୂର୍ବରୁ ପାକିସ୍ତାନ ବାଲାକୋଟ ଷ୍ଟ୍ରାଇକ୍‌ ସମ୍ପର୍କରେ ଚିନ୍ତା କରି ନେବା ଆବଶ୍ୟକ। ଭାରତ ଏଭଳି ଘଟଣାକୁ ଆଉ ସହ୍ୟ କରିବ ନାହିଁ ବୋଲି ଭଦୌରିୟା କହିଛନ୍ତି।

Share