ପାକିସ୍ତାନକୁ ଝିଣ୍ଟିକା ଦାଉରୁ ରକ୍ଷା କରିବାକୁ ଚାଇନା ପଠାଇବ ବତକ

ଇସ୍‌ଲାମାବାଦ,୨୮।୨: ଏବେ ପାକିସ୍ତାନରେ ଝିଣ୍ଟିକା ବା ପଙ୍ଗପାଳଙ୍କ ଉପଦ୍ରବ ବହୁ ମାତ୍ରାରେ ବଢିଯାଇଛି। ଏମାନଙ୍କ ଉପଦ୍ରବ ଯୋଗଁ ବହୁ ପରିମାଣରେ ଫସଲ ହାନୀ ଘଟୁଛି। ଧିରେ ଧିରେ ଏହି ପଙ୍ଗପାଳ ଦଳ ସୀମା ଅତିକ୍ରମ କରୁଥିବା କିଛିଦିନ ତଳେ ଖବର ଆସିଥିଲା। ଏବେ ପାକିସ୍ତାନର ଏହି ସମସ୍ୟାକୁ ସମାଧାନ କରିବାକୁ ଚାଇନା ଆଗେଇ ଆସିଥିବା କୁହାଯାଉଛି। ଏଥିପାଇଁ ଚାଇନା ବହୁ ପରିମାଣରେ ବତକ ପାକିସ୍ତାନକୁ ପଠାଇବ ବୋଲି କୁହାଯାଉଛି। ଏହି ବତକମାନେ ଝିଣ୍ଟିକା ଖାଇ ଏମାନଙ୍କ ସଂଖ୍ୟା କମ୍‌ କରିବାରେ ସାହାଯ୍ୟ କରିବେ ବୋଲି ଆଲୋଚନା ହେଉଛି। ଚାଇନାର ପୂର୍ବାଞ୍ଚଳ ଝୋଂଜିୟାଙ୍ଗରୁ ଏହି ବତକ ଦଳ ପାକିସ୍ତାନ ପଠାଯିବାକୁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି। ପ୍ରଥମେ ଚାଇନାର ଏକ ବିଶେଷଜ୍ଞଦଳ ପାକିସ୍ତାନ ଯାଇ ଝିଣ୍ଟିକାମାନଙ୍କ ଉପରେ ତଥ୍ୟ ସଂଗ୍ରହ କରିବା ପରେ ବତକମାନଙ୍କୁ ଚାଇନାରୁ ପାକିସ୍ତାନ ପଠାଯିବ ବୋଲି ଶୁଣିବାକୁ ମିଳିଛି। ସୂଚନାଯୋଗ୍ୟ, ଗତ ୨୦ ବର୍ଷ ଭିତରେ ପାକିସ୍ତାନରେ ଝିଣ୍ଟିକାଙ୍କ ଉପଦ୍ରବ ସବୁଠାରୁ ଅଧିକ ବୋଲି କୁହାଯାଉଛି।

Share