Categories: ଖେଳ

ପାକିସ୍ତାନକୁ ଦୋହଲାଇ ଦେଇଥିଲେ ଏହି ଭାରତୀୟ କ୍ରିକେଟର୍‌

ଆଜି ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ଲକ୍ଷ୍ମୀପତି ବାଲାଜୀଙ୍କ ୩୮ତମ ଜନ୍ମଦିନ। ୧୯୮୧ ସେପ୍ଟେମ୍ବର ୨୭ରେ ସେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ଯଦିଓ ସେ ବେଶୀ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନ ଥିଲେ କିନ୍ତୁ ୨୦୦୪ରେ ପାକିସ୍ତାନରେ ଗସ୍ତରେ ସେ ଏଭଳି କାରନାମା କରିଥିଲେ ଯାହା ସବୁବେଳେ ଅଭୁଲା ହୋଇ ରହିବ। ଏହି ଗସ୍ତରେ ସେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରି କରି ଭାରତୀୟ ଦଳକୁ ଐତିହାସିକ ସିରିଜ୍‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବାଲାଜୀଙ୍କ ଏଭଳି ପ୍ରଦର୍ଶନରେ କିଛି ପାକିସ୍ତାନ ଯୁବତୀ ତାଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ। ସୂଚନାଯୋଗ୍ୟ, ବାଲାଜୀ ଭାରତ ପାଇଁ ୩୦ଟି ଏକଦିବସୀୟ, ୮ଟି ଟେଷ୍ଟ ଏବଂ ୫ଟି ଟି-୨୦ ମ୍ୟାଚ୍‌ ଖେଳିଥିଲେ। ବାରମ୍ବାର ଆହତ ହେବା କାରଣରୁ ସେ ଦଳରୁ ବାଦ୍‌ ପଡିଥିଲେ।

Share