Categories: ଜାତୀୟ

ପାକିସ୍ତାନକୁ ଭାରତ ଓ ଜାପାନର ଆହ୍ବାନ: ଆତଙ୍କବାଦକୁ ଲଗାମ ଦିଅ

ନୂଆଦିଲ୍ଲୀ,୧ା୧୨: ପାକିସ୍ତାନରେ ଥିବା ଆତଙ୍କବାଦୀ ନେଟଓ୍ବର୍କ ଆଞ୍ଚଳିକ ସୁରକ୍ଷା ପ୍ରତି ବିପଦ ବୋଲି ଭାରତ ଓ ଜାପାନ ଏକ ମିଳିତ ବିବୃତିରେ କହିଛନ୍ତି। ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ ଇସ୍‌ଲାମାବାଦ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦୁଇ ରାଷ୍ଟ୍ର ଆହ୍ବାନ ଦେଇଛନ୍ତି।
ଭାରତ ଗସ୍ତରେ ଆସିଥିବା ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଟାରୋ କୋନୋ ଓ ବହିର୍ବ୍ୟାପାର ମନ୍ତ୍ରୀ ଟୋସିମିସୁ ମୋଟେଗିଙ୍କ ସହ ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ରେ ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂ ଏବଂ ଏସ୍‌. ଜୟଶଙ୍କର ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ପାଇଁ ଗୋଇନ୍ଦା ତଥ୍ୟ ବିନମୟ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଡିସେମ୍ବରରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଭାରତ ଗସ୍ତରେ ଆସିବା ପୂର୍ବରୁ ଦୁଇ ଦେଶ ମଧ୍ୟରେ ମିଳିତ ଆଲୋଚନା ଅନୁଷ୍ଠିତ ହୋଇଛି।

Share