Categories: ଜାତୀୟ

ପାକିସ୍ତାନକୁ ଯାଉଥିବା ନଦୀ ଜଳ ଉପରେ ହେବ ସର୍ଜିକାଲ୍‌ ଷ୍ଟ୍ରାଇକ୍‌: ସୂଚନା ଦେଲେ ମୋଦି

କୁରୁକ୍ଷେତ୍ର,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦାଦରିରେ ଏକ ରାଲିରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନକୁ ଯେଉଁ ନଦୀ ଜଳ ମିଳିବା କଥା ତାହା ଗତ ୭୦ ବର୍ଷ ଧରି ପାକିସ୍ତାନକୁ ଯାଉଛି। ଏବେ ଏସବୁ ନଦୀ ଜଳକୁ ଆଉ ପାକିସ୍ତାନକୁ ଦିଆଯିବ ନାହିଁ। ଏନେଇ ସ୍ବତନ୍ତ୍ର କାର୍ଯ୍ୟଧାରା ଜାରି ରହିଛି। ଏହି ଜଳ ଦ୍ୱାରା ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନ ଚାଷୀଙ୍କ ବିକାଶ ହେବ। ଘରେ ଘରେ ପିଇବା ପାଣି କାର୍ଯ୍ୟକ୍ରମ ଏସବୁ ନଦୀ ଜଳ ଦ୍ୱାରା ସମ୍ପନ୍ନ ହୋଇପାରିବ ବୋଲି ମୋଦି ସୂଚନା ଦେଇଛନ୍ତି।

Share