Categories: ଜାତୀୟ

ପାକିସ୍ତାନକୁ ଯୁଦ୍ଧରେ ହରାଇବାକୁ ୧୦ ଦିନ ବି ଲାଗିବନି: ମୋଦି

ନୂଆଦିଲ୍ଲୀ,୨୮।୧: ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ୩ ଥର ପରାଜିତ ହୋଇଛି। ଏବେ ଯୁଦ୍ଧ ହେଲେ ପାକିସ୍ତାନକୁ ହରାଇବାକୁ ୧୦ ଦିନ ସମୟ ବି ଲାଗିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି। ସ୍ଥାନୀୟ କାରିୟପ୍ପା ପରେଡ଼ ପଡ଼ିଆରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନ୍‌ସିସି)ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି। ଜମ୍ମୁ-କଶ୍ମୀରରେ ଦୀର୍ଘ ୭୦ ବର୍ଷପରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯାଇଛି। ଏହା ସମ୍ପୂର୍ଣ୍ଣଭାବେ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଥିବାବେଳେ ପାକିସ୍ତାନ କିନ୍ତୁ ଏହାକୁ ନେଇ ସୀମାରେ ଉତ୍ତେଜନା ସୃଷ୍ଟି କରୁଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଶେଷ କରିବା ସହିତ ଶାନ୍ତି ପ୍ରତିଷ୍ଠା ଳାଗି ଭାରତ ଉଦ୍ୟମ ଜାରି ରଖିଛି। ତେବେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ଏହାକୁ ନା ପସନ୍ଦ କରୁଛି ବୋଲି ମୋଦି କହିଛନ୍ତି।

Share