Categories: ଖେଳ

ପାକିସ୍ତାନକୁ ହରାଇବାର ପ୍ରତିଶୋଧ ନେବି: ଅମିର ଖାନ୍‌

ଲଣ୍ଡନ, ୧୮।୬: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଭାରତ ନିକଟରୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ବୃହତ୍‌ ପରାଜୟକୁ ସହଜରେ ହଜମ କରିପାରି ନାହାନ୍ତି ପୂର୍ବତନ ଖେଳାଳି ଏବଂ ପାକିସ୍ତାନ ମିଡିଆ। ସୋସିଆଲ ମିଡିଆଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିମାନେ ପାକିସ୍ତାନ ଟିମ୍‌ ଉପରେ ଦୋଷ ଲଦିଛନ୍ତି। ତେବେ ଏଥିରେ ସାମିଲ ହୋଇଛନ୍ତି ବିଶ୍ୱଚାମ୍ପିଅନ୍‌ ବକ୍ସର ଅମିର ଖାନ୍‌। ସେ ପାକିସ୍ତାନ ଦଳର ଫିଟନେସ୍‌ ଟ୍ରେନର୍‌ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ମାଞ୍ଚେଷ୍ଟର ଜନ୍ମିତ ଅମିର ଅଲିମ୍ପିକ୍ସରେ ବ୍ରିଟେନ ପକ୍ଷରୁ ଖେଳି ରୌପ୍ୟ ପଦକ ଜିତିଥିଲେ। ପାକିସ୍ତାନରେ ବକ୍ସିଂର ଲୋକପ୍ରିୟତା ବୃଦ୍ଧି ପାଇଁ ମଧ୍ୟ କାମ କରୁଛନ୍ତି ସେ। ଜୁଲାଇ ୧୨ରେ ଜେଦ୍ଦାରେ ଅନୁଷ୍ଠିତ ହେବାକୁ ଥିବା ସୁପର୍‌ ବକ୍ସିଂ ପ୍ରତିଯୋଗିତାରେ ଭାରତୀୟ ବକ୍ସର ବିଜୟ ଗୋଏଲଙ୍କ ସହ ମୁକାବିଲା କରିବେ। ଏହି ମ୍ୟାଚ୍‌ ଜିତି ପାକିସ୍ତାନ ପରାଜୟର ପ୍ରତିଶୋଧ ନେବେ ବୋଲି ଅମିର ଟୁଇଟରେ କହିଛନ୍ତି।

Share