ନୂଆଦିଲ୍ଲୀ,୭ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ପାକିସ୍ତାନ କବଳରୁ ରକ୍ଷାକରିବା ଲାଗି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯୁଦ୍ଧବିମାନ ଉଡ଼ାଇଥିଲେ ବୋଲି ଲୋକ ସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି। ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉେଚ୍ଛେଦକୁ ବିଜେଡି ପୂର୍ଣ୍ଣ ସମର୍ଥନ କରୁଥିବା ସେ କହିଛନ୍ତି। ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ-୨୦୧୯ ଓ ଜମ୍ମୁ-କଶ୍ମୀର ସଂରକ୍ଷଣ (ଦ୍ୱିତୀୟ ସଂଶୋଧନ) ବିଲ-୨୦୧୯ ଆଗତ ବେଳେ ମିଶ୍ର ବିଜୁ ବାବୁଙ୍କ ଦେଶପ୍ରେମ ଲାଗି ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବାକୁ ଦାବି କରିଥିଲେ। ପାକିସ୍ତାନ କବଳରୁ ଶ୍ରୀନଗରକୁ ରକ୍ଷାକରିବା ଲାଗି ବହୁ ଯବାନ ଯାଇଥିଲେ ହେଁ ଓଡିଶାର ବିଜୁ ବାବୁ ବହୁବାର ଯୁଦ୍ଧବିମାନ ନେଇ ସେଠାକୁ ଯାଇଥିଲେ। ସରକାର ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ଲାଗି ସେ ଦାବି କରିଛନ୍ତି। କଶ୍ମୀରବାସୀଙ୍କୁ ଆମେ ନିଜ ପରିବାର ସଦସ୍ୟ ଭାବେ ଦେଖୁଛୁ। ଭାରତରେ ସେମାନେ କୌଣସି ବାଛବିଚାରର ସମ୍ମୁଖୀନ ହେବେନାହିଁ ବୋଲି ମିଶ୍ର ଗୃହରେ କହିଛନ୍ତି।