Categories: ଖେଳ

ପାକିସ୍ତାନରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଚାଲିଥିବାବେଳେ ଦୁଇଥର ଚାଲିଗଲା ଲାଇଟ୍‌, ଅନ୍ଧାରରେ ଖେଳାଳି

କରାଚି,୧।୧୦: ଦୀର୍ଘ ୪ ବର୍ଷ ପରେ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ କ୍ରିକେଟ ସିରିଜ୍‌ ଖେଳାଯାଉଛି। ଏହି ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। କଚାଚିରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍‌ ଚାଲିଥିବାବେଳେ ଷ୍ଟାଡିୟମର ଅଧା ଫ୍ଲଡ୍‌ଲାଇଟ୍‌ ବନ୍ଦ ହୋଇଯାଇଥିଲା। ଥରେ ନୁହେଁ, ଦୁଇଥର ଏଭଳି ଘଟିବାରୁ ଖେଳାଳି ମାନେ ପଡିଆରେ ବସି ଲାଇଟ୍‌କୁ ଅପେକ୍ଷା କରିଥିଲେ। ପାକିସ୍ତାନ ଖେଳାଳିମାନେ ମଧ୍ୟ ଲାଇଟ୍‌ର ଅବ୍ୟବସ୍ଥା ଦେଖି ଚିଡିଯାଇଥିଲେ। ପ୍ରଥମ ମ୍ୟାଚ୍‌ରେ ବର୍ଷା ଯୋଗୁ ଷ୍ଟାଡିୟମ ଭିତରେ ପାଣି ପଶିଯାଇଥିଲା। ପାଣି କଢାଯାଇ ନ ପାରିବାରୁ ବାଧ୍ୟ ହୋଇ ମ୍ୟାଚକୁ ରଦ୍ଦ କରାଯାଇଥିଲା। ସୂଚନାଯୋଗ୍ୟ, ଶ୍ରୀଲଙ୍କା ଦଳ ପାକିସ୍ତାନ ବିପକ୍ଷରେ ୩ଟି ଏକଦିବସୀୟ ଏବଂ ୩ଟି ଟି-୨୦ ମ୍ୟାଚ୍‌ ଖେଳିବାକୁ ସେଠାକୁ ଯାଇଛି। ସୁରକ୍ଷା କାରଣରୁ ଦଳର ଅଧିକାଂଶ ଖେଳାଳି ଏହି ଗସ୍ତରେ ଯାଇନାହାନ୍ତି।

Share