ପାକିସ୍ତାନରେ ଆର୍ଥିକ ସଙ୍କଟ: ଆମେରିକା ଗସ୍ତବେଳେ ମହଙ୍ଗା ହୋଟେଲରେ ରହିବେ ନାହିଁ ଇମ୍ରାନ

ଇସଲାମାବାଦ, ୮।୭: ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି ପାକିସ୍ତାନର ଅର୍ଥ ବ୍ୟବସ୍ଥା। ପୂର୍ବ ଋଣ ପାକିସ୍ତାନ ସରକାର ପରିଶୋଧ ନ କରିପାରିବା ଫଳରେ ଏବେ ପରିସ୍ଥିତି ଆହୁରି ଭୟଙ୍କର ହୋଇପଡିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆସନ୍ତା ୨୧ ତାରିଖରୁ ଇମ୍ରାନ ୩ ଦିନ ପାଇଁ ଆମେରିକା ଗସ୍ତ କରିବେ। ଏହି ସମୟରେ ତାଙ୍କୁ ହୋଟେଲରେ ରହିବାକୁ ପଡିବ। ତେବେ ବର୍ତ୍ତମାନ ଦେଶର ରାଜକୋଷ ଦେବାଳିଆ ଥିବା କାରଣରୁ ଏହି ହୋଟେଲ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ଇମ୍ରାନ ଆମେରିକାରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଘରେ ରହିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଇମ୍ରାନ ଖାନ ଆମେରିକା ଗସ୍ତବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

Share