ପାକିସ୍ତାନରେ କରୋନା ମୃତ୍ୟୁସଂଖ୍ୟା ୩

ସିନ୍ଧ,୨୦।୩: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଶୁକ୍ରବାର ଜଣେ ୭୭ ବର୍ଷ ବୟସ୍କ ବ୍ୟକ୍ତିଙ୍କର କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହେବା ପରେ ଏଠାରେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ସ୍ବାସ୍ଥ୍ୟମନ୍ତ୍ରୀ ଡା. ଆଜ୍ରା ଫାଜଲ ପେଚୁହୋ ଏହି ସୂଚନା ଦେଇଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ କ୍ୟାନସରରେ ମଧ୍ୟ ପୀଡ଼ିତ ଥିଲେ। ଏବେ ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୫୧। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର ଉପସ୍ଥିତି ଜାହିର କରି ସାରିଛି କହିଲେ ଚଳେ।

Share