ପାକିସ୍ତାନରେ କରୋନା ସଂକ୍ରମଣଙ୍କ ସଖ୍ୟା ୩୨୭୮

ଇସ୍‌ଲାମାବାଦ,୬ ।୪: ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତଠାରୁ କମ୍ ବୋଲି ଜଣାପଡିଛି । ସୋମବାର ସକାଳ ସୁଦ୍ଧା ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୭୮ ବୋଲି କହିଛନ୍ତି ପାକିସ୍ତାନର ସ୍ୱାସ୍ଥ୍ୟ ଅଧିକାରୀ । ଏହି ସମୟରେ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦିଓ ସେଠାରେ ଲକ୍‌ଡାଉନ୍ ଘୋଷଣା କରାଯାଇ ନାହିଁ ତଥାପି ଅଯଥାରେ ବାହାରେ ବୁଲିବାକୁ ବାରଣ କରାଯାଇଛି । ସେଠାକାର ପଞ୍ଜାବ ଅଞ୍ଚଳରେ ସର୍ବଧିକ ୧,୪୯୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସିନ୍ଧରେ ୮୮୧, ଖେବର ପଖତୁନୱାରେ ୪୦୫, ବେଲୁଚିସ୍ତାନରେ ୧୯୧, ଗିଲଗିଟ ବାଲଟିସ୍ତାନରେ ୨୧୦, ଇସଲାମାବାଦରେ ୮୨ ଓ ପିଓକେରେ ୧୫ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ତେବେ ପାକିସ୍ତାନରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣରେ ୫୦ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Share