ପାକିସ୍ତାନରେ କ୍ଷୀର ଲିଟର ୧୪୦ ଟଙ୍କା

ଇସାଲାମାବାଦ୍‌,୧୧।୯: ପାକିସ୍ତାନରେ ଏବେ ଆର୍ଥିକ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଫଳ, ପରିବା, କ୍ଷୀର ମୂଲ୍ୟ ବଢ଼ି ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ସେଠାରେ ପେଟ୍ରୋଲ ଡିଜେଲ୍‌ଠାରୁ ମହଙ୍ଗା ହୋଇଛି କ୍ଷୀର। ପେଟ୍ରୋଲ ଲିଟର ପିଛା ୧୧୩ଟଙ୍କ ଏବଂ ଡିଜେଲ୍‌ ଲିଟରକୁ ୯୧ ଟଙ୍କା ହୋଇଥିବାବେଳେ କ୍ଷୀର ଲିଟର ୧୪୦ଟଙ୍କାରେ ପହଞ୍ଚିଛି। ଗତ ସପ୍ତାହରେ ମହରମ୍‌ ଥିବାରୁ କ୍ଷୀର ମୂଲ୍ୟ ବଢିଯାଇଥିବା ସ୍ଥାନୀୟ ଦୋକାନୀମାନେ କହିଛନ୍ତି।

Share