ଇସଲାମାବାଦ୍,୩୦।୬: ପାକିସ୍ତାନରେ ହିନ୍ଦୁ ବାଳିକାଙ୍କୁ ଜୋର୍ ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଉଛି। ଏନେଇ ଆମେରିକା ଦ୍ୱାରା ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଫଳରେ ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ନିଜକୁ ସୁରକ୍ଷିତ ମଣୁ ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଏହି ରିପୋର୍ଟ ଅସତ୍ୟ, ଭିତ୍ତିହୀନ ତଥା ମନଗଢ଼ା ବୋଲି ପାକିସ୍ତାନ କହିଛି। ପାକିସ୍ତାନରେ ଅଳ୍ପସଂଖ୍ୟକ ସୁରକ୍ଷିତ ଅଛନ୍ତି। ତାଙ୍କର ବିକାଶ ପାଇଁ ସରକାର ନାନା ଯୋଜନା ଉପରେ ଗୁରୁତ୍ୱଦେଉଥିବା ପାକିସ୍ତାନ କହିଛି। ଆମେରିକା ଜାଣିଶୁଣି ଏଭଳି ରିପୋର୍ଟ ଜାରି କରିଥିବା ପାକିସ୍ତାନ ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ଏହି ରିପୋର୍ଟକୁ ନେଇ ଭାରତ ସମେତ ଅନ୍ୟ ଦକ୍ଷିଣ ଏସିଆ ରାଷ୍ଟ୍ରରେ ଚର୍ଚ୍ଚା ଆରମ୍ଭ ହୋଇଛି।