ଇସଲାମାବାଦ୍,୨୬।୯: ପାକିସ୍ତାନରେ ସାଧାରଣ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡିଛି। ଏଠାରେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଡେଙ୍ଗୁରେ ବହୁ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ହଜାରରୁ ଅଧିକଙ୍କଠାରେ ରୋଗର ଲକ୍ଷଣ ପ୍ରକାଶ ପାଇଛି। ଇସଲାମାବାଦ୍, ଲାହୋର ଏବଂ ରାଓ୍ବଲପିଣ୍ଡି ଭଳି ସହରରେ ଡେଙ୍ଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏବେ ଏହା ମହାମାରୀ ଭଳି ବ୍ୟାପିବାରେ ଲାଗିଥିବା ଗଲ୍ଫ ନ୍ୟୁଜ୍ ରିପୋର୍ଟରେ ପ୍ରକାଶ ପାଇଛି।