Categories: ଫୁରସତ

ପାକିସ୍ତାନରେ ଥିବା ହିଙ୍ଗଲାଜ ମନ୍ଦିରରେ ପୂଜା କରନ୍ତି ମୁସଲମାନ୍‌ ଶ୍ରଦ୍ଧାଳୁ

ବଲୁଚିସ୍ତାନ,୨୭।୨: ପୃଥିବୀର ବିଭିନ୍ନ ସ୍ଥାନରେ ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ରହିଥିବାବେଳେ ପାକିସ୍ତାନରେ ଥିବା ମାତା ହିଙ୍ଗଲାଜଙ୍କ ମନ୍ଦିର ଏକ ନିଆରା ଉଦାହରଣ ସୃଷ୍ଟି କରିବାକୁ ସକ୍ଷମ ହୋଇଛି। ଏଠାରେ ମାତାଙ୍କ ମନ୍ଦିରରେ ମୁସଲମାନ୍‌ ଶ୍ରଦ୍ଧାଳୁ ପୂଜା କରିବାକୁ ଆସିଥାନ୍ତି। ବାଲୁଚିସ୍ତାନରର ହିଙ୍ଗୁଳା ନଦୀ କୂଳରେ ମାତାଙ୍କ ମନ୍ଦିର ରହିଛି। ୫୧ ଶକ୍ତିପୀଠ ମଧ୍ୟରୁ ଏହି ମନ୍ଦିର ଗୋଟିଏ ବୋଲି ଶ୍ରଦ୍ଧାଳୁ କହିଥାନ୍ତି। ମନ୍ଦିରଟି ୧୬୦ ବର୍ଷ ପୁରୁଣା ବୋଲି ଐତିହାସକ ମତ ଦିଅନ୍ତି। ଦେଶ ବିଭାଜନ ସମୟରେ ମନ୍ଦିରକୁ ଶରଣାର୍ଥୀ ଶିବିର ଭାବେ ବ୍ୟବହାର କରାଯାଇଥିଲା ବୋଲି ଲୋକେ କୁହନ୍ତି। ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିରରେ ମାତା ହିଙ୍ଗଲାଜଙ୍କ ଦର୍ଶନ କରିବାକୁ ଆସିଥାନ୍ତି।

Share