ପାକିସ୍ତାନରେ ପହଞ୍ଚିଲେ ୧୭ ଜଣିଆ ଆମେରିକା ପ୍ରତିନିଧି ଦଳ

ଇସଲାମାବାଦ୍‌,୭।୯: ପାକିସ୍ତାନରେ ଆମେରିକାର ୧୭ ଜଣିଆ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ଶନିବାର ପାକିସ୍ତାନରେ ପହଞ୍ଚିଥିବା ପ୍ରତିନିଧି ଦଳ ଆଫଗାନିସ୍ତାନ ସମସ୍ୟା ନେଇ ପାକିସ୍ତାନ ପ୍ରତିପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରିବେ। ୧୮ ବର୍ଷ ଧରି ଆଫଗାନିସ୍ତାନରେ ଚାଲିଥିବା ଗୃହଯୁଦ୍ଧର ଅବସାନ ଘଟାଇବା ଲାଗି ଆମେରିକା ପ୍ରତିନିଧି ଦଳ ଆଲୋଚନା କରିବେ। ଇତିମଧ୍ୟରେ ତାଲିବାନ ଓ ଆମେରିକା ମଧ୍ୟରେ ୯ମ ରାଉଣ୍ଡ ଶାନ୍ତି ଆଲୋଚନା ଶେଷ ହୋଇଛି। ଗତ ୧୩୫ ଦିନ ମଧ୍ୟରେ ଆମେରିକା ଏହାର ୫ ହଜାର ୪ ଶହ ସୈନ୍ୟଙ୍କୁ ଆଫଗାନିସ୍ତାନର ୫ଟି ଶିବିରରୁ ଫେରାଇ ଆଣିଛି। ଏବେ ଆଫଗାନିସ୍ତାନରେ ଆମେରିକାରେ ୧୪ ହଜାର ସୈନ୍ୟ ମୁତୟନ ଅଛନ୍ତି। ୨୦୧୧ରେ ଆମେରିକାର ଏକ ଲକ୍ଷ ସୈନ୍ୟ ଆଫଗାନିସ୍ତାନରେ ମୁତୟନ ଥିବାବେଳେ ୨୦୧୭ରେ ଏହା ୮ ହଜାର ୩ଶହରେ ପହଞ୍ଚିଥିଲା।

Share