ପାକିସ୍ତାନରେ ପୁଣି ଜଣେ ହିନ୍ଦୁ ଯୁବତୀଙ୍କୁ ଅପହରଣ

ଇସଲମାବାଦ, ୩।୭:ପାକିସ୍ତାନର ସିନ୍ଧଠାରେ ଆଉ ଜଣେ ହିନ୍ଦୁ ଯୁବତୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଜୁନ୍‌ ୨୯ରେ ଘରୁ ଟ୍ୟୁସନ ଯିବା ବାଟରେ ତାଙ୍କୁ କେହି ଅପହରଣ କରିନେଇଥିବା ପାକିସ୍ତାନ ହିନ୍ଦୁ ଓ୍ବେଲ୍‌ଫେୟାର୍‌ ସେବା ଟ୍ରଷ୍ଟ ସଭାପତି ସଞ୍ଜେଶ ଧାଞ୍ଜା କହିଛନ୍ତି। ଟ୍ୟୁସନ୍‌ ଶିକ୍ଷକ ଅପହରଣ କରିନେଇଥିବା ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚରେ ଦୁଇ ହିନ୍ଦୁ ଭଉଣୀଙ୍କୁ ଅପହରଣ କରିନେଇ ଧର୍ମ ପରିବର୍ତ୍ତନ ଓ ବଳପୂର୍ବକ ବିବାହ କରିଦିଆଯାଇଥିଲା।

Share