ଇସ୍ଲାମାବାଦ,୬।୧୦: ଚଳିତ ବର୍ଷ ପାକିସ୍ତାନରେ ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି ବୋଲି ଜଣାପଡିଛି। ଏବେ ସୁଦ୍ଧା ସେଠାରେ ୭୨ ପୋଲିଓ ରୋଗୀ ଚିହ୍ନଟ ହୋଇ ସାରିଲେଣି। ନିକଟରେ ସିନ୍ଧ ଓ ବେଲୁଚିସ୍ତାନରୁ ୨ଟି ନୂଆ ପୋଲିଓ ରୋଗୀ ଚିହ୍ନଟ ହୋଇଥିବା କହିଛି ପାକିସ୍ତାନ ଗଣମାଧ୍ୟମ ‘ଡନ’। ତେବେ ୭୨ ପୋଲିଓ ରୋଗୀଙ୍କ ମଧ୍ୟରୁ କେବଳ ଖେବର ପଖତୁନଖ୍ବାରେ ୫୩ ଜଣ ରହିଥିବା ସୂଚନା ମିଳିଛି। ୮ ସିନ୍ଧ, ୬ ବେଲୁଚିସ୍ତାନ ଓ ୫ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଦେଖାଯାଇଛନ୍ତି। ରବିବାର ମିଳିଥିବା ସୂଚନା ଅନୁଯାୟୀ, ଆପାତ୍ତକାଳୀନ ସଞ୍ଚାଳନ କେନ୍ଦ୍ର(ଇଓସି)ର ଅଧିକାରୀମାନେ ଆସନ୍ତା ମାସରୁ ୨୦୨୦ ପର୍ଯ୍ୟନ୍ତ ପୋଲିଓ ମିଳୋତ୍ପାଟନ କରିବାକୁ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି।