ପାକିସ୍ତାନରେ ପ୍ରଦର୍ଶିତ ହେବନାହିଁ କୌଣସି ଭାରତୀୟ ଚଳଚ୍ଚିତ୍ର

ଇସଲାମାବାଦ,୮।୮: ଏଣିକି ପାକିସ୍ତାନରେ କୌଣସି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ନାହିଁ ବୋଲି ସୂଚନା ମିଳିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟକ ଥିବା ଡ.ଫିରଦୋସ ଆଶିକ୍‌ ଆଓ୍ବାନ ଗୁରୁବାର ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ପାକିସ୍ତାନ ଭାରତ ସହ ଗୋଟିଏ ପରେ ଗୋଟିଏ ସମ୍ପର୍କ ଛିନ୍ନ କରିବାରେ ଲାଗିଛି। ପ୍ରଥମେ କୁଟନୈତିକ ସମ୍ପର୍କ ଚିନ୍ନ କରିଥିବା ପାକିସ୍ତାନ ଏବେ ସପ୍ତାହରେ ୨ ଥର ଚାଲୁଥିବା ସମଝୋତା ଏକ୍ସପ୍ରେସର ଚଳାଚଳକୁ ମଧ୍ୟ ସବୁଦିନ ପାଇଁ ବନ୍ଦ କରିଦେଇଛି।

Share