ପାକିସ୍ତାନରେ ପ୍ରବଳ ବର୍ଷା: ୭ ମୃତ

ଇସଲାମାବାଦ୍‌,୨୯।୭: ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡରେ ବର୍ଷା ହେବାରୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ପୁଣି ୨୪ ଘଣ୍ଟା ପରେ ପାକିସ୍ତାନର କେତେକ ଅଞ୍ଚଳରେ ପୁଣି ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଉଦ୍ଧାରକାରୀ ଦଳଙ୍କୁ ଯେ, କୌଣସି ସ୍ଥିତିର ମୁକାବିଲା ପାଇଁ ସଜାଗ ରଖା ଯାଇଛି।

Share