ପାକିସ୍ତାନରେ ବଢି ଚାଲିଛି ଦରଦାମ

ଇସଲାମାବାଦ,୨୦।୫: ପାକିସ୍ତାନରେ ଦରଦାମ ଦିନକୁ ଦିନ ଆକାଶ ଛୁଆଁ ହୋଇଛି। ଇମ୍ରାନ ଖାଁଙ୍କ ସରକାର ମଧ୍ୟ ଏହା ଉପରେ ନିୟନ୍ତ୍ରଣ ରଖିବାରେ ଅସମର୍ଥ ହୋଇଛନ୍ତି। ବିଶେଷ କରି ଏଠାରେ ଖାଦ୍ୟ ପାନୀୟର ଦାମ ଦିନକୁ ଦିନ ଆୟତ୍ତ ବାହାରକୁ ଚାଲିଯାଉଛି। ପ୍ରଥମେ ଏଠାରେ କ୍ଷୀର ଲିଟର ପିଛା ୧୯୦ ଟଙ୍କା ବିକ୍ରି ହେଉଥିବା ବେଳେ ଏବେ ସେଓ କିଲୋ ପହଞ୍ଚିଛି ୪ଶହ ଟଙ୍କାରେ। ସେହିପରି ସନ୍ତରା ୩୬୦ଟଙ୍କା ଓ କଦଳୀ କିଲୋ ପ୍ରତି ଦାମ୍‌ ପହଞ୍ଚିଛି ୧୫୦ଟଙ୍କାରେ। ନନ୍‌ ଭେଜ୍‌ କଥା ଏମାନେ ଏବେ ଚିନ୍ତା କରିବା ବି ମୁସ୍କିଲ ହୋଇପଡିଛି। ଏବେ ପାକିସ୍ତାନରେ ମାଂସ କିଲୋପ୍ରତି ଦାମ୍‌ ରହିଛି ପ୍ରାୟ ୧୧ଶହ ଟଙ୍କା। ତେବେ ଏପ୍ରିଲ ମାସ ଅପେକ୍ଷା ମେ ମାସରେ ଦରଦାମ୍‌ ଆହୁରି ବଢିଥିବାରୁ ଲୋକେ ଚିନ୍ତିତ ହୋଇପଡିଛନ୍ତି।

Share