Advertisement

ପାକିସ୍ତାନରେ ବିମାନ ଯାତ୍ରା ହେଲା ମହଙ୍ଗା

ଇସଲାମାବାଦ,୩୦।୫: ପାକିସ୍ତାନର ପ୍ରାୟ ସମସ୍ତ ଖାଦ୍ୟ ସାମଗ୍ରୀ ଏବେ ଆକାଶଛୁଆଁ ଦାମ୍‌ ହୋଇ ଯାଇଥିବା ବେଳେ ଚିନ୍ତାରେ ପାକିସ୍ତାନ ବାସୀ। ଖାଦ୍ୟ ସାମଗ୍ରୀ ପରେ ଏବେ ଏଠାକାର ବିମାନ ଯାତ୍ରା ମଧ୍ୟ ମହଙ୍ଗା ହୋଇଥିବା ଖବର ମିଳିଛି। ପାକିସ୍ତାନ ଏୟାର ଲାଇନ୍ସ(ପିଆଇଏ) ସମେତ ଅନ୍ୟ କମ୍ପାନୀ ଗୁଡିକ ମଧ୍ୟ ସେମାନଙ୍କ ଭଡାରେ ପାଖାପାଖି ୪୧ ପ୍ରତିଶତ ବୃଦ୍ଧି କରିଥିବା କୁହାଯାଉଛି। ଏହି ମହଙ୍ଗା ମାଡ ଏବେ ପାକିସ୍ତାନ ଯାତ୍ରୀଙ୍କ ପାଇଁ ଅସହ୍ୟ ହୋଇ ପଡିଛି। ପୂର୍ବରୁ ଲାହୋରରୁ କରାଚି ଯିବା ଆସିବା ଖର୍ଚ୍ଚ ୨୮ ହଜାର ଟଙ୍କା ପଡୁଥିବା ବେଳେ ଏବେ ଏଥିପାଇଁ ପ୍ରାୟ ୧୧ ହଜାର ୫ଶହ ଟଙ୍କା ଅଧିକ ଦେବାକୁ ପଡୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel