ପାକିସ୍ତାନରେ ବ୍ରିଟେନ୍‌ର ୧୭୮ ଜଣିଆ ଶିଖ୍‌ ପ୍ରତିନିଧି ଦଳ

ଇସଲାମାବାଦ୍‌,୪।୧୧: ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ବାର୍ଷିକୀ ଅବସରରେ ପାକିସ୍ତାନରେ ବ୍ରିଟେନ୍‌ରୁ ୧୭୮ ଜଣିଆ ପ୍ରତିନିଧି ଦଳ ଆସି ପହଞ୍ଚିଛନ୍ତି। ସେମାନେ ଶେଖୁପୁରା ସ୍ଥିତ ଗୁରୁଦ୍ୱାରା ଜନ୍ମ ଆସ୍ଥାନ ନାନକ ସାହିବ ଏବଂ ଗୁରୁଦ୍ୱାରା ସଚ୍ଚା ସୌଦା ପରିଭ୍ରମଣରେ ଯାଇଛନ୍ତି। କରତାରପୁର ସାହିବ ଗୁରୁଦ୍ୱାରା ପରିଦର୍ଶନ ପାଇଁ ବହୁ ସଂଖ୍ୟକ ଶିଖ୍‌ ତୀର୍ଥଯାତ୍ରୀ ୟୁରୋପ ଏବଂ ଉତ୍ତର ଆମେରିକାରୁ ଆସିବାର ସମ୍ଭାବନା ରହିଛି। ନଭେମ୍ବର ମାସ ବ୍ୟାପି ଗୁରୁ ନାନକ ଦେବଙ୍କ ଜନ୍ମ ଉତ୍ସବ ପାଳିତ ହେବ ବୋଲି ପାକିସ୍ତାନ ଗୁରୁଦ୍ୱାରା ପ୍ରବନ୍ଧକ କମିଟି ପକ୍ଷରୁ ଘୋଷଣା କରାଯାଇଛି।

Share