Categories: ଜାତୀୟ

ପାକିସ୍ତାନରେ ରହିବାକୁ ଅଜୀମ୍‌ ପ୍ରେମ୍‌ଜୀଙ୍କ ପିତା ଜିହ୍ନାଙ୍କୁ କରିଥିଲେ ମନା

ନୂଆଦିଲ୍ଲୀ,୨୪।୭: ଦେଶର ବିଶିଷ୍ଟ ଶିଳ୍ପପ୍ରତି ତଥା ଓ୍ବିପ୍ରୋର ପ୍ରତିଷ୍ଠାତା ଅଜୀମ୍‌ ପ୍ରେମ୍‌ଜୀ ବୁଧବାର ୭୪ ବର୍ଷରେ ପାଦ ଦେଇଛନ୍ତି। ୧୯୪୫ ଜୁଲାଇ ୨୪ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଭାରତ-ପାକିସ୍ତାନ ବିଭାଜନ ସମୟରେ ଅଜୀମ୍‌ଙ୍କ ପିତା ମହମ୍ମଦ୍‌ ହାଶିମ୍‌ଙ୍କୁ ମହମ୍ମଦ୍‌ ଅଲ୍ଲୀ ଜିହ୍ନା ପାକିସ୍ତାନରେ ରହିବାକୁ ପରାମର୍ଶ ଦେଇଥିଲେ। ତେବେ ହାଶିମ୍‌ କହିଥିଲେ ଯେ, ସେ ଭାରତୀୟ ଏବଂ ଭାରତରେ ରହିବାକୁ ଚାହାନ୍ତି। ସମାଜ ସେବା ପାଇଁ ତାଙ୍କର ଖ୍ୟାତି ରହିଛି। ଇତିମଧ୍ୟରେ ଅଜୀମ୍‌ ନିଜ ସମ୍ପତ୍ତିର ୬୭ ପ୍ରତିଶତ ଅର୍ଥାତ୍‌ ଲକ୍ଷେ ୪୫ ହଜାର କୋଟି ଟଙ୍କା ସମାଜର ବିକାଶ କାର୍ଯ୍ୟରେ ବିନିଯୋଗ କରିସାରିଛନ୍ତି। ତାଙ୍କ ମୋଟ୍‌ ସମ୍ପ୍ରତିର ପରିମାଣ ୫ ଶହ କୋଟି ଡଲାର।

Share