Categories: ଖେଳ

ପାକିସ୍ତାନରେ ସୁରକ୍ଷା ଯାଞ୍ଚ କରିବ ଆଇସିସି

ଲାହୋର,୧୬।୯: ଶ୍ରୀଲଙ୍କା ଦଳର ପାକିସ୍ତାନ ଗସ୍ତ ନେଇ ଚାଲିଥିବା ଅନିଶ୍ଚିତତା ଜାରି ରହିଛି। ଏଥିରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଓ ଦିନିକିଆ ସିରିଜ୍‌ ଲାଗି ମ୍ୟାଚ୍‌ ଅଫିସିଆଲ ନିଯୁକ୍ତ କରିବା ପୂର୍ବରୁ ଦୁଇ ଭେନ୍ୟୁରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଏ ନେଇ ପାକିସ୍ତାନ ଉର୍ଦ୍ଦୁ ଦୈନିକ ଖବରକାଗଜ ‘ଡେଲି ଜାଙ୍ଗ’ରେ ରିପୋର୍ଟ ପ୍ରକାଶ ପାଇଛି। ସିରିଜ ଲାଗି ନ୍ୟାଚୁରାଲ ଅମ୍ପାୟର ଓ ରେଫରି ନିଯୁକ୍ତ କରିବା ପାଇଁ ଦୁଇ ବୋର୍ଡକୁ ଏହାର ଦାୟିତ୍ୱ ଦିଆଯାଇଛି। ୨୦୧୫ରେ ପାକିସ୍ତାନରେ ଅନ୍ତିମ ଥର ଜିମ୍ବାଓ୍ବେ ବିପକ୍ଷରେ ଅନ୍ତର୍ଜାତୀୟ ସିରିଜ୍‌ ଆୟୋଜିତ ହୋଇଥିଲା। ପାକିସ୍ତାନ ଗସ୍ତ ପୂର୍ବରୁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଅଫିସକୁ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ ମିଳିଥିଲା। ଏହାପରେ ଶ୍ରୀଲଙ୍କା କ୍ରିକେଟ ପୁଣି ଥରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ନେଇ କହିଥିଲେ। ତେବେ ସିରିଜ୍‌ କୌଣସି ନ୍ୟାଚୁରାଲ ଭେନ୍ୟୁରେ ଖେଳାଯିବ ନାହିଁ ବୋଲି ପିସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି।

Share