ଇସ୍ଲାମାବାଦ,୬।୯: ପାକିସ୍ତାନରରେ ଶନିବାର ଜଣେ ମହିଳା ଖବରଦାତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଶାହିନା ଶାହିନ ବଲୋଚ ନାମକ ଉକ୍ତ ଖବରଦାତା ଜଣକ ଏକ ସରକାରୀ ଟେଲିଭିଜନ ଚ୍ୟାନେଲରେ ଖବରଦାତା ସହ ଆଙ୍କର ଭାବେ କାମ କରୁଥିଲେ। କିଛିଦିନ ପୂର୍ବରୁ ତାଙ୍କୁ ବଲୁଚିସ୍ତାନର ତୁରବତକୁ ପଠାଯାଇଥିଲା। ଏହି ହତ୍ୟାକାଣ୍ଡରେ ମହିଳା ଖବରଦାତାଙ୍କ ସ୍ବାମୀଙ୍କ ହାତ ଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଶାହିନ ପ୍ରଥମେ ଇସ୍ଲାମାବାଦରେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ କାମ କରୁଥିଲେ । କିଛିିଦିନ ତଳେ ତାଙ୍କୁ ଏକ ସରକାରୀ ଟେଲିଭିଜନ ଚ୍ୟାନେଲରେ ଚାକିରି ମିଳିଯାଇଥିଲା।