ପାକିସ୍ତାନରେ ୧୩ ବର୍ଷର ହିନ୍ଦୁ ଯୁବତୀଙ୍କୁ ମଦ ପିଆଇ ବଳାତ୍କାର

ଇସଲାମାବାଦ,୯।୬: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଜଣେ ୧୩ ବର୍ଷ ବୟସ ଯୁବତୀଙ୍କୁ ଜୋର ଜବରଦସ୍ତ ମଦ ପିଆଇ ବଳାତ୍କାର କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଡନ୍‌ ନ୍ୟୁଜର ସୂଚନା ମୁତାବକ, ଯୁବତୀ ଜଣକ ଗତ ୭ ତାରିଖରେ ବଜାରକୁ ଯାଇଥିବା ସମୟରେ ଦୁଇ ଜଣ ଯୁବକ ତାଙ୍କୁ ପାଖକୁ ଡାକି ଜବରଦସ୍ତ ମଦ ପିଆଇ ଦେଇଥିଲେ ଏହାପରେ ଏମାନେ ଯୁବତୀଙ୍କୁ ବଳାତ୍କାର କରିଥିବା ଅନୁମାନ କରାଯାଉଛି। ତେବେ ଯୁବତୀ ଜଣଙ୍କ ଘରକୁ ନ ଫେରିବାରୁ ତାଙ୍କ ପିତା ଓ ଭାଇ ଖୋଜିବାକୁ ଯିବା ସମୟରେ ନିକଟରେଥିବା ଏକ ଚିନି କଳ ନିକଟରେ ସେମାନେ ବେହୋସ୍‌ ଅବସ୍ଥାରେ ଯୁବତୀଙ୍କୁ ପାଇଥିଲେ। ଏହାପରେ ଯୁବତୀଙ୍କ ପିତାଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଏହାପରେ ତାଙ୍କୁ ୪ ଦିନ ପାଇଁ ପୋଲିସ ହେଫାଜତକୁ ପଠାଇ ଦିଆଯାଇଛି। ପୀଡିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କ ସହ ବଳାତ୍କାର ହୋଇଥିବା ଡାକ୍ତର କହିଛନ୍ତି। ତେବେ ତାଙ୍କର ଚେତା ଫେରିବା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି ପୋଲିସ କହିଛି।

Share