ପାକିସ୍ତାନରେ ୫୮ ସ୍କୁଲ ଏବଂ ୩୦ ହସ୍ପିଟାଲ ନିର୍ମାଣ କରିବ ଚାଇନା

ଇସଲାମାବାଦ୍‌/ବେଜିଂ,୨୮।୧୦: ପାକିସ୍ତାନରେ ଚାଇନା ୫୮ ସ୍କୁଲ ଏବଂ ୩୦ ହସ୍ପିଟାଲ ନିର୍ମାଣ କରିବ। ପାକିସ୍ତାନର ଖାଇବର ପସ୍ତୁତଖ୍ବା ପ୍ରଦେଶରେ ଏହି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ। ଏହା ଏହି ପଛୁଆ ଅଞ୍ଚଳର ବିକାଶ ହୋଇପାରିବ ବୋଲି ପାକିସ୍ତାନରେ ଅବସ୍ଥାପିତ ଥିବା ଚାଇନାର ରାଷ୍ଟ୍ରଦୂତ ୟାଓ ଜିଙ୍ଗ୍‌ ସୂଚନା ଦେଇଛନ୍ତି। ଇତିମଧ୍ୟରେ ପାକିସ୍ତାନ-ଚାଇନା ମିଳିତ ଭାବେ ୧୦ଟି କୃଷି ପରିଯୋଜନାରେ କାର୍ଯ୍ୟ କରୁଛନ୍ତି। ଏହା ଦ୍ୱାରା  ଖାଦ୍ୟ କ୍ଷେତ୍ରରେ ପାକିସ୍ତାନର ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

Share