ପାକିସ୍ତାନ ଅନୁରୋଧକୁ ରକ୍ଷା କଲା ଜାତିସଂଘ ସୁରକ୍ଷା ପରିଷଦ:ମାସିକ ଖର୍ଚ୍ଚ ପାଇଁ ଟଙ୍କା ଉଠାଇ ପାରିବେ ହାଫିଜ୍‌ ସଇଦ୍‌

ନୂଆଦିଲ୍ଲୀ,୨୬।୯: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସଇଦ୍‌ ନିଜ ଖର୍ଚ୍ଚ ପାଇଁ ଏଣିକି ଦେଢ ଲକ୍ଷ ଟଙ୍କା ମାସିକ ଉଠାଇପାରିବ। ପାକିସ୍ତାନର ଅନୁରୋଧ କ୍ରମେ ଜାତିସଂଘ ସୁରକ୍ଷା ପରିଷଦ ଏହି ଅନୁମତି ଦେଇଛି। ହାଫିଜ୍‌ ସଇଦ୍‌ ଘର ଚଳାଇବା ପାଇଁ ଟଙ୍କା ଆବଶ୍ୟକ ରହିଥିବା ବେଳେ ବ୍ୟାଙ୍କ ଆକାଉଣ୍ଟ ପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ହାଫିଜ ଟଙ୍କା ଉଠାଇ ପାରୁ ନ ଥିଲେ। ଏହାପରେ ଅଗଷ୍ଟ ୧୫ ତାରିଖରେ ପାକିସ୍ତାନ ସରକାର ଏକ ଚିଠି ମାଧ୍ୟମରେ ଜାତିସଂଘକୁ ଜଣାଇଥିଲେ। ଏନେଇ ଜାତିସଂଘ ଅନ୍ୟ ଦେଶ ମାନଙ୍କର ମତାମତ ଲୋଡିଥିଲେ। ପରେ ତାଙ୍କୁ ଏନେଇ ଅନୁମତି ଦିଆଯାଇଛି। ସୂଚନାଯୋଗ୍ୟ,ହାଫିଜ୍‌ ସଇଦ୍‌କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ବୋଲି ଘୋଷିତ ହେବା ପରେ ତାର ସମସ୍ତ ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଚ ପରେ ପ୍ରତିବନ୍ଧକ ଲଗାଯାଇଥିଲା।

 

Share