ଶ୍ରୀନଗର,୨୯।୭: ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ସୀମାରେ ଥିବା ଲୋକେ ବିନା ଦୋଷରେ ଜୀବନ ହାରୁଛନ୍ତି। ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ ମୋର୍ଟାର ଓ ଗୁଳିମାଡ କରାଯିବାରୁ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ୩ ଜଣ ନାଗରିକ ଆହତ ହୋଇଥିଲେ। ଏଥିରେ ଜଣେ ୧୫ ଦିନର ଶିଶୁ ଓ ତାଙ୍କ ମା’ ଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସୋମବାର ଶିଶୁଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଦୁଇଜଣ ଆହତ ଚିକିତ୍ସାଧୀନ ଥିବା ବେଳେ ପାକିସ୍ତାନର ଏହି ଅସ୍ତ୍ରବିରତି ଉଲ୍ଲଂଘନରେ ଅତିଷ୍ଠ ହୋଇପଡିଲେଣି ସୀମାରେ ଥିବା ସାଧାରଣ ଜନତା।