Categories: ଜାତୀୟ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ-କଶ୍ମୀର,୧୭।୮: ପାକିସ୍ତାନ ଶନିବାର ଜମ୍ମୁ-କଶ୍ମୀର ରାଜୌରି ଜିଲାର ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡିଛି। ଶହୀଦ ଯବାନ ହେଉଛନ୍ତି ଲାନ୍ସ ନାଏକ ସନ୍ଦୀପ ଥାପା। ସୂଚନାଯୋଗ୍ୟ, ରାଜୌରିର ଏଲ୍‌ଓସିରେ ସକାଳ ପ୍ରାୟ ୬ଟା ୩୦ରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା।

Share