Categories: ଜାତୀୟ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୨ ଯବାନ ଶହୀଦ

ପୁଞ୍ଚ,୧୦।୧: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ପାକିସ୍ତାନ ବହୁ ପରିମାଣରେ ଗୁଳିଗୋଳା ବର୍ଷଣ କରିଥିଲା। ପୁଞ୍ଚ ଜିଲାର ଗୁଲପୁର ସେକ୍ଟରରେ ହୋଇଥିବା ମୋର୍ଟାର ମାଡରେ ୨ଯବାନ ଶହୀଦ ହୋଇଥିବା ସୂଚନାମିଳିଛି। ଏମାନେ ସେନାରେ ପୋର୍ଟର ଭାବେ କାର୍ଯ୍ୟରତ ଥିଲେ। ଏଥିରେ ଅନ୍ୟ ୨ ଯବାନ ଆହତ ହୋଇଥିବା ଖବର ମିଳିଛି। ସକାଳ ପ୍ରାୟ ୧୧ଟାରେ ପ୍ରଥମେ ପାକିସ୍ତାନ ସୀମାରେ ଗୁଳି ମାଡ ଆରମ୍ଭ କରିଥିବା କୁହାଯାଏ। ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର କଡା ଯବାବ ଦିଆଯାଇଛି। ଏଥିରେ ପାକିସ୍ତାନର ଖେମେରେ ବହୁ କ୍ଷୟକ୍ଷତି ହୋଇଥିବା ପ୍ରକାଶ।

Share