Categories: ଜାତୀୟ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଯବାନ ଶହୀଦ

ରାଜୌରି,୧୧।୬: ଜମ୍ମୁ-କଶ୍ମୀରର ରାଜୌରି ସେକ୍ଟଟରରେ ପାକିସ୍ତାନ ପଟରୁ ଅସ୍ତ୍ର ବିରତି ଉଲ୍ଲଂଘନ ଫଳରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ ପଟରୁ ବୁଧବାର ମାଞ୍ଜାକୋଟେ, କେରି, ବାଲାକୋଟ ଓ କରୋଲ ମୈଟ୍ରାନ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ପାକିସ୍ତାନ ମୋର୍ଟାର ମାଡ କରିବା ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ଦ୍ୱାରା ଏହି ଆକ୍ରମଣ କରିଥିଲା। ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ସୂଚନା ରହିଛି।

Share