Categories: ଖେଳ

ପାକିସ୍ତାନର ଆଗାମୀ ପ୍ରଧାନମନ୍ତ୍ରୀ ଶାହିଦ୍‌ ଆଫ୍ରିଦ୍‌ ହେବା ନେଇ ଚର୍ଚ୍ଚା, ୟୁଜର୍ସ କହିଲେ ପିଓକେକୁ ବି ଭାରତକୁ ଦେଇଦେବେ

ଇସାଲାମାବାଦ,୧୬।୯: ପାକିସ୍ତାନର ପୂର୍ବତନ ଖେଳାଳି ଶାହିଦ୍‌ ଆଫ୍ରିଦ୍‌ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଉଠିଛି। ଗତକିଛି ଦିନ ହେବ ସେ କଶ୍ମୀର ପ୍ରସଙ୍ଗ ମନ୍ତବ୍ୟ ଦେଉଥିବାର ନଜିର ରହିଛି। ଏହାସହ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଗସ୍ତରେ ମଧ୍ୟ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏକ ରାଲିରେ ଯୋଗଦେଇ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ ଆଫ୍ରିଦ୍‌। ନିକଟରେ ସେ ପାକିସ୍ତାନ ସେନାର ମେଜର ଜେନେରାଲ ଆସିଫ୍‌ ଗଫୁରଙ୍କୁ ଭେଟିଥିଲେ। ଆଫ୍ରିଦ୍‌ ପାକିସ୍ତାନର ଆଗାମୀ ପ୍ରଧାନମନ୍ତ୍ରୀ ବୋଲି କିଛି ଲୋକ ମତ ଦେଇଛନ୍ତି। ଆଉ କିଛି ୟୁଜର୍ସ କହିଛନ୍ତି, ଯଦି ଆଫ୍ରିଦ୍‌ ପ୍ରଧାନମନ୍ତ୍ରୀ ହେବେ,ତେବେ ପିଓକେ ବି ପାକିସ୍ତାନ ହାତରୁ ଖସିଯିବ।

Share