Categories: ଫୁରସତ

ପାକିସ୍ତାନର ଏମିତି ସହର : ଯେଉଁଠି ହିନ୍ଦୁ ରଖିଥାନ୍ତି ରୋଜା, ମୁସ୍‌ଲିମ୍‌ ପାଳନ୍ତି ଦୀପାବଳି

ଭାରତ-ପାକିସ୍ତାନର ତିକ୍ତ ସମ୍ପର୍କ କାହାକୁ ଅଛପା ନାହିଁ। ସାରା ବିଶ୍ୱ ଜାଣିଛି ପାକିସ୍ତାନରେ ରହୁଥିବା ଭାରତୀୟଙ୍କ ଅବସ୍ଥା କେବେ ଠିକ୍‌ ନୁହେଁ, ବିଶେଷକରି ହିନ୍ଦୁମାନଙ୍କର। ମାତ୍ର ପାକିସ୍ତାନରେ ଏମିତି ଏକ ସହର ରହିଛି, ଯେଉଁଠି ମୁସ୍‌ଲିମ୍‌ଙ୍କଠାରୁ ହିନ୍ଦୁ ସ୍ବାଧୀନ। ପାକିସ୍ତାନର ଲାହୋରଠାରୁ ପ୍ରାୟ ୮୭୫ କିଲୋମିଟର ଦୂରରେ ଥିବା ମିଠି ହେଉଛି ହିନ୍ଦୁ-ମୁସ୍‌ଲିମ୍‌ଙ୍କ ଏକତାର ସହର।

ଏହି ସହରରେ ପ୍ରାୟ ୮୭ ହଜାର ଲୋକ ବସବାସ କରୁଛନ୍ତି। ସେଥିରୁ ୮୦ ପ୍ରତିଶତ ହିନ୍ଦୁ। କୁହାଯାଏ, ଏଠାରେ କିଛି ଧାର୍ମିକ ଉତ୍ସବ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ହେଲେ ହିନ୍ଦୁ-ମୁସ୍‌ଲିମ୍‌ ମିଶି ପାଳନ କରିଥାନ୍ତି। ହିନ୍ଦୁମାନେ ଇଦ୍‌ ପାଳନ କରୁଥିବାବେଳେ ମୁସ୍‌ଲିମ୍‌ ଦୀପାବଳି ମନାଇଥାନ୍ତି। ଏପରିକି ହିନ୍ଦୁମାନେ ରୋଜା ମଧ୍ୟ ରଖିଥାନ୍ତି। ସେହିପରି ମୁସଲିମ୍‌ମାନେ ଗୋହତ୍ୟା କରନ୍ତି ନାହିଁ। ସବୁଠୁ ମୁଖ୍ୟ କଥା ହେଲା ଏଠାରେ କେବେ କୌଣସି ହିଂସା ଦେଖିବାକୁ ମିଳିନାହିଁ।

Share