Categories: ଖେଳ

ପାକିସ୍ତାନର ଏହି କ୍ରିକେଟର କହିଲେ ‘ଜୟ ଶ୍ରୀରାମ’

ଇସ୍‌ଲାମାବାଦ, ୩୦।୧୨: ହିନ୍ଦୁ ହୋଇଥିବାରୁ ପୂର୍ବତନ ପାକିସ୍ତାନ ଖେଳାଳି ଡାନିସ କନେରିଆଙ୍କୁ ଜାତୀୟ କ୍ରିକେଟ ଟିମରେ ବିରୋଧ କରାଯାଉଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏବେ ଡାନିସ୍‌ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ କରିଛନ୍ତି। ଉକ୍ତ ଭିଡିଓରେ ସେ ଜୟ ଶ୍ରୀରାମ କହୁଥିବାର ଦେଖାଯାଇଛି। ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଭାରତୀୟ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ସମର୍ଥନ କରିଛନ୍ତି। ପୂରା ହିନ୍ଦୁସ୍ତାନ ଆପଣଙ୍କ ସହ ଅଛି ବୋଲି ୟୁଜର୍ସ ମତ ଦେଇଛନ୍ତି। ଡାନିସ୍‌ ଦ୍ୱିତୀୟ ହିନ୍ଦୁସ୍ତାନ କ୍ରିକେଟର ଭାବେ ପାକିସ୍ତାନ ପକ୍ଷରୁ ଖେଳୁଥିଲେ। ସୂଚନାଯୋଗ୍ୟ, ଡାନିସ କନେରିଆ ଜଣେ ହିନ୍ଦୁ ହୋଇଥିବାରୁ ସାଥୀ ପାକିସ୍ତାନ ଖେଳାଳିମାନେ ମଧ୍ୟ ତାଙ୍କୁ ଅବହେଳା କରୁଥିଲେ। ଏପରିକି କେତେ ଜଣ ଖେଳାଳି କନେରିଆଙ୍କ ସହ ଏକାଠି ଖାଇବା ପାଇଁ ମଧ୍ୟ କୁଣ୍ଠିତ ହେଉଥିଲେ ବୋଲି ନିକଟରେ ଏହା ଖୁଲାସା କରିଥିଲେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର। ଏହାକୁ ନେଇ ଭାରତ ଏବଂ ପାକିସ୍ତାନରେ ଆଲୋଚନା ଜୋର ଧରିଛି।

Share