Advertisement

ପାକିସ୍ତାନର ଖରାପ ଅର୍ଥ ବ୍ୟବସ୍ଥାକୁ ସଜାଡିବାକୁ ଚାହୁଁଛନ୍ତି ଇମ୍ରାନ୍‌

ଇସଲାମାବାଦ,୫।୬: ପାକିସ୍ତାନର ଖରାପ ଅର୍ଥ ବ୍ୟବସ୍ଥାକୁ ନେଇ ଏବେ ଚିନ୍ତାରେ ପଡି ଯାଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ। ଏବେ ସେ ଏହାକୁ ସଜାଡିବାକୁ ଚେଷ୍ଟା କରୁଥିବା ଜଣାପଡିଛି। ଏଥିପାଇଁ ସେ ସମସ୍ତ ବିଭାଗର ବଜେଟରେ କାଣ୍ଟଛାଟ କରିବେ ବୋଲି ସୂଚନା ମିଳିଛି। ଏମିତିକି ପ୍ରତିରକ୍ଷା ବଜେଟ ମଧ୍ୟ ସେ କମ୍‌ କରିପାରନ୍ତି ବୋଲି କୁହାଯାଉଛି। ଏହାକୁ ନେଇ ସେନା ସହମତି ପ୍ରକାଶ କରିଥିବା ସେ କହିଛନ୍ତି। ଇମ୍ରାନ୍‌ ଟୁଇଟ୍‌ କରି କହିଛନ୍ତି କି ପ୍ରତିରକ୍ଷା ଖର୍ଚ୍ଚରୁ ଯାହା ବଳକା ରହିବ ତାକୁ ଜନଜାତି ଅଞ୍ଚଳରେ ତଥା ବେଲୁଚିସ୍ତାନର ବିକାଶ ପାଇଁ ଖର୍ଚ୍ଚ କରାଯିବ। ଏଥିପାଇଁ ସେ ସେନାକୁ ଧନ୍ୟବାଦ ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel