Categories: ଜାତୀୟ

ପାକିସ୍ତାନର ଗୋଟିଏ ହାତରେ ବନ୍ଧୁକ, ଅନ୍ୟ ହାତରେ ବୋମା: ଶଶି ଥରୁର

ନୂଆଦିଲ୍ଲୀ,୧୦।୯: କଶ୍ମୀର ପ୍ରସଙ୍ଗରେ ଅନ୍ୟ ଦେଶର ମଧ୍ୟସ୍ଥତା ଆବଶ୍ୟକ ଆବଶ୍ୟକ ନାହିଁ। ଆମକୁ ପାକିସ୍ତାନ ସହିତ କଥାବାର୍ତ୍ତା କରିବାରେ କୌଣସି ଆପତ୍ତି ନାହିଁ। ଯଦି ପାକିସ୍ତାନ ଗୋଟିଏ ହାତରେ ବନ୍ଧୁକ, ଅନ୍ୟ ହାତରେ ବୋମା ରଖିବ ତେବେ କଥାବାର୍ତ୍ତା ସମ୍ଭବ ନୁହେଁ ବୋଲି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର କହିଛନ୍ତି। କଥାର୍ବା କରିବାକୁ ହେଲେ ପ୍ରଥମେ ପାକିସ୍ତାନ ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ କରୁ। ଜମ୍ମୁ-କଶ୍ମୀରକୁ ନେଇ ଭାଜପା ଏବଂ କଂଗ୍ରେସର ମତ ଏକା ବୋଲି ସେ ମତ ଦେଇଛନ୍ତି। ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଶ୍ମୀରକୁ ନେଇ ମଧ୍ୟସ୍ଥତା କରିବାକୁ ଯେଉଁ ଆଗ୍ରହ ପ୍ରକାଶ କରିଛନ୍ତି ତାକୁ ଥରରୁ ନାପସନ୍ଦ କରିଛନ୍ତି।

Share