ଶ୍ରୀନଗର,୨୫।୧୦:ଜମ୍ମୁ-କଶ୍ମୀର ସୀମାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଶୁକ୍ରବାର ଭୋରରୁ ପୁଞ୍ଛ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଗୁଳିବର୍ଷନ କରାଯାଇଥିଲା। ଏଥିରେ ଜଣେ ଭାରତୀୟ ଯବାନ ଆହତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ୫ବର୍ଷ ତୁଳନାରେ ଚଳିତବର୍ଷ ପାକିସ୍ତାନ ସବୁଠୁ ଅଧିକଥର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।