ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦିଙ୍କୁ କରୋନା

ଇସଲାମବାଦ:ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ ଆଇସୋଲେଶନରେ ରହିଛନ୍ତି। ସେ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ, ଗୁରୁବାରଠାରୁ ମୁଁ ଅସୁସ୍ଥତା ଅନୁଭବ କରୁଛି। ମୋ ଶରୀର ମଧ୍ୟ ବହୁତ ଜୋରରେ ଦରଜ ହେଉଛି। ମୋର କରୋନା ଟେଷ୍ଟ ହୋଇଛି ହେଲେ ଦୁର୍ଭାଗ୍ୟବଶତଃ ରିପୋର୍ଟ ପଜିଟିଭ ଆସିଛି। ଖୁବଶୀଘ୍ର ସୁସ୍ଥ ହେବା ପାଇଁ ଆପଣଙ୍କ ଆର୍ଶୀବାଦ ଚାହଁୁଛି।

Share