ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଖକ୍କାନ ଆବ୍ବାସି ଗିରଫ

ଲାହୋର,୧୮।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ(ପିଏମ୍‌ଏଲ୍‌-ଏନ୍‌)ମୁଖ୍ୟ ସହିଦ ଖକ୍କାନ ଆବ୍ବାସିଙ୍କୁ ପାକିସ୍ତାନର ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍‌ଏବି) ଟୋଲ୍‌ ପ୍ଲାଜା ନିକଟରୁ ଗୁରୁବାର ଗିରଫ କରିଛି। ଲିକ୍ୟୁଫାଏଡ ନ୍ୟାଚୁରାଲ ଗ୍ୟାସ(ଏଲ୍‌ଏନ୍‌ଜି)ରପ୍ତାନି ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଲାହୋରରେ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି।

Share