ପାକିସ୍ତାନର ମିରାଜ ବିମାନ ଦୁର୍ଘଟଣାଗ୍ରସ୍ତ

ଇସ୍‌ଲାମାବାଦ,୭।୨: ପାକିସ୍ତାନର ସରାକୋଟ ସହର ନିକଟରେ ସେନାର ପ୍ରଶିକ୍ଷଣ ବିମାନ ମିରାଜ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ପାକିସ୍ତାନ ବାୟୁ ସେନାର ମିରାଜ ବିମାନ ସବୁଦିନ ଭଳି ଶୁକ୍ରବାର ମଧ୍ୟ ପ୍ରଶିକ୍ଷଣ ପାଇଁ ଉଡିବା ଆରମ୍ଭ କରିଥିଲା। ଏହି ସମୟରେ ଯାନ୍ତ୍ରୀକ ତ୍ରୁଟି କାରଣରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ନିକଟରେ ଥିବା ଏକ ଚାଷ ଜମିରେ ପଡିଥିବା ଜଣାପଡିଛି।

Share